12/07/2022
*** ରାଜ୍ଯରେ ୨୨ ବର୍ଷ ଗୋଟିଏ ସରକାର
ହେଲେ ଦୁଃଖ ର ବିଷୟ ଏହାଯେ,,, ଆମେ ଯୁବ ଗୋଷ୍ଠୀ ଦେଶର ଅସଲ ମୁଦା ଯଥା,,, ଦରଦାମ୍ ବୃଦ୍ଧି, ବେକାରୀ ବଢିବା ଆଉ ନିଯୁକ୍ତି ଏକ ପ୍ରକାର ବନ୍ଦ, ସବୁ ରାଷ୍ଟୀୟ ସମ୍ପତ୍ତିକୁ ଘରୁଇ କରଣ କରି ଦେଶର ନିଯୁକ୍ତି କୁ ପରୋକ୍ଷ ଭାବେ ବନ୍ଦ କରା ଯାଉଚି, ନାରୀ ସୁରକ୍ଷା ନାମରେ ଅଧ ରାତିରେ ପ୍ରଶାସନକୁ ହାତ ପାରିଷା କରି ଆମ ଭଉଣୀ ର କ୍ଷତ ବିକ୍ଷତ ଶରୀର ରକୁ ରାତି ଅଧାରେ ନିଆଁ ଲଗାଇ ମାଟିର ମିଶି ଦିଆଯାଉଛି ଶେଷରେ ଟିକିଏ ଶୁଦ୍ଧି କ୍ରିୟା ମଧ୍ୟ କରିବାକୁ ଦିଆ ଯାଉ ନାହିଁ,,,
***ଆମ ଦେଶରେ ମୃତ୍ତି ସବୁ ଆକାଶ ଛୁଞ୍ଚି ଆଉ ଏପଟେ ଆମର ଅର୍ଥ ନୀତି ତଳକୁ ଖସି ଆସୁଚି ଆଉ ଅନ୍ୟପଟେ କର୍ପୋରେଟର ମାନେ ଧନୀ ହେବା ପାଇଁ ନିଜ ନିଜ ଭିତରେ କମ୍ପଡିଷନ୍ ଲାଗୁଛନ୍ତି ଆଉ ଚାଷୀ ତାର ଫସଲର ଉଚିତ୍ ପ୍ରାପ୍ୟ ନ ପାଇ ରୁଣ କାରଣରୁ ବେକରେ ରଶି ଦେଉଛି ତ ସେଇ ଚାଷୀର ପୁଅ ଦେଶ ସୁରକ୍ଷା କରିବାକୁ ଯାଇ ସୀମାରେ ସହିଦ୍ ହେଉଛି ଆଉ ଗୃହ ମନ୍ତ୍ରୀଙ୍କ ପୁଅ ଯୋଗ୍ୟତା ନ ଥାଇ ମଧ୍ଯ ବିସିସିଆଇ ସେକ୍ରେଟେରୀ ହେଉଛି ଆଉ ଗରିବ ଖଟିଖିଆ ର ପୁଅ ସୈନିକ ହୁଇ ପଲ୍ୱାମା ଭଳି ରାଜନୈତିକ ଫାଇଦା ଉଠାଇବା ପାଇଁ ପ୍ରଧାନମନ୍ତ୍ରୀ ଙ୍କ ସଙ୍କୁନି ବୁଦ୍ଧିରେ ଫଶି ଯାଇ ନିଜରଜୀବନହରାଉଛିନ୍ତି ଯଥା-(ଡାହାଣୀ ହୁଇ ଲାଗୁଛନ୍ତି ଆଉ ଗୁଣିଆ ହୁଇ ଛଡୁଛନ୍ତି) ଆଉ ଏପଟେ ସେହି ସାଧାରଣ ସୈନିକ ଆଉ ଚାଷୀ ମୂଲିଆ ର ସ୍ତ୍ରୀ ସରକାରୀ ଡାକ୍ତରଖାନା ରେ ଡାକ୍ତର ଆଉ ଉପଯୁକ୍ତ ଚିକିତ୍ସା ଅଭାବରୁ ଜୀବନ ହରାଉଛି,,,
*** ତ କେଉଁଠି ପୁଣି ଗରିବ ମା ଯଦି ସବୁ କଷ୍ଟ ସହି ଅନ୍ତ ଫାଡି ପିଲା ଜନ୍ମ ଦେଉଛି ସେ ପୁଣି ଅର୍ଥ ଅଭାବରୁ ସରକାରୀ ସ୍କୁଲ ରେ ପଠ ପଢି ଶେଷରେ ବାପା ମା ସ୍ତ୍ରୀ ପିଲା ଛୁଆ ଛାଡି ନିଜର ଘର ଚଳାଇବାକୁ ନିଜେ ଘର ଛାଡି ସୁରଟ ଦାଦନ ଖଟିବାକୁ ଯାଉଚି,,,
***ହେଲେ କିନ୍ତୁ mla, mp, ମନ୍ତ୍ରୀ ଏବଂ ସରକାରୀ ବାବୁ ଙ୍କ ସ୍ତ୍ରୀ ପିଲା ଛୁଆ ପରିବାର କେବଳ ଘରୁଇ ଡାକ୍ତରଖାନା ରେ ଚିକିତ୍ସିତ ହେବେ ଆଉ ଘରୁଇ ବିଦ୍ୟାଳୟରେ ପାଠ ପଢି ଶେଷରେ ନାଇଟ୍ କ୍ଲବ ରେ ଅର୍ଦ୍ଧ ନଗ୍ନ ଝିଅ ମାନଙ୍କ ସହିତ ରାତି କାଟୁଛନ୍ତି ଆଉ ଏଠି ରକ୍ତ ପାଇଁ ସରକାରୀ ଡାକ୍ତର ଖାନାରେ ଗରିବ୍ ଆଉ ଖଟିଖିଆ ମଜୁରିଆ ମାନେ ଲାଇନ୍ ରେ ଛିଡା ହୋଇ ହୁଇ ଶେଷରେ ରକ୍ତ ଅଭାବରୁ ଗରିବର ସ୍ତ୍ରୀ,ବାପା,ମା ଛଟ ପଟ ହୁଇ ମରିବେ ଆଉ ଏପଟେ ଏ ଅଲାଜୁକ ସରକାର ଅଧିକ ମଦପାନ କରୁଥିବା ଲୋକଙ୍କୁ ରାଜସ୍ୱ ବଢିବା ନାମରେ ପୁରସ୍କୃତ କରୁଛନ୍ତି,,,
***ଅର୍ଥ ବିମୁଦ୍ରି କରଣ ଏବଂ ଲକ୍-ଡାଉନ୍ ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦୂର ଦୃଷ୍ଟି ଅଭାବରୁ ହଠାତ୍ ନିଷ୍ପତ୍ତି ନେବା ହେତୁ ଲକ୍ଷ ଲକ୍ଷ ଜନ ସାଧାରଣ ନିଜର ବ୍ୟବସାୟ ହରାଇଲେ,, ଆଉ ହଜାର ହଜାର କିଲୋମିଟର ରାସ୍ତା କ୍ଷତାକ୍ତ ପାଦରେ ଚାଲି ଚାଲି କିଏ ଜୀବନ ହରାଇଲା ତ ପୁଣି କିଏ ଜିବିକା ଆଉ ଅତି ଅପଣାର ପରିବାରକୁ ସବୁଦିନ ପାଇଁ ହରାଇ ଦେଲା ତ ପୁଣି କିଏ ଅକ୍ସିଜେନ ଅଭାବରୁ ଶ୍ଵାସରୁଦ୍ଧ ହୁଇ ଚିତ୍କାର କରି କରି ଶେଷ ନିଶ୍ଵାସ ତ୍ୟାଗ କଲା ତ କିଏ ପୁଣି ଅର୍ଥ ପିପାସୁ ହୁଇ ଲୋଭରେ ସାଧାରଣ ମୃତ୍ଯୁ ଶରୀରକୁ covid-19 ଘୋଷଣା କରି କିଛି ଅର୍ଥବି କମିଲା ଆଉ ତାକୁ ମଧ୍ଯ ଏସରକାର ସୁରାକ୍ ଯୋଗାଇଲା,,,
***ସମୟ ଥିଲା ଦେଶରେ ଜଣେ ମୁସଲମାନ ରାଷ୍ଟ୍ରପତି ଥିଲେ ଆଉ ଜଣେ ଶିଖ୍ ପ୍ରଧାନ ମନ୍ତ୍ରୀ ଥିଲେ ସେତେବେଳେ ହିନ୍ଦୁ ମାନେ ବିପଦରେ ନଥିଲେ ଆଉ ଆଜି ଦେଶର ପ୍ରଧାନମନ୍ତ୍ରୀ ଠାରୁ ସାଧାରଣ ୱାର୍ଡମେମ୍ବର ମଧ୍ୟ ହିନ୍ଦୁ ଥିବା ବେଳେ ଆଜି ହିନ୍ଦୁ ବିପଦରେ କହି ଯୁବ ଗୋଷ୍ଠୀ ମାନଙ୍କୁ ମିଠା ଖଟା କଥା କହି ଲମ୍ବା ଚଉଡା ଭାଷଣ ଦେଇ bhadki ବାରେ ବେଶ୍ ଧୂରନ୍ଧର ଏ ସରକାର,, ଇଶ୍ଵର ଆଉ ଆଲ୍ହା ଭିତରେ ଫାଟ ସୃଷ୍ଟି କରୁଥିବା ନେତା ମାନେ ଜାଣି ରଖିବା ଦରକାର ଯେ ଭାରତ ଇତିହାସ ଆଜି କାଲି ର ଇତିହାସ ନୁହଁ ଏହା ୫୦୦୦ ବର୍ଷ ତଳର ଇତିହାସ ଏ ଦେଶର ଦକ୍ଷୀଣ ରେ ଦ୍ରାବିଡ଼ ଉତ୍ତର ଆଉ ପଶ୍ଚିମ ରୁ ଆସିଥିବା ଆରିୟନ଼ ଏବଂ ଉତ୍ତର ଆଉ ପୂର୍ବରୁ ଆସିଥିବା ବୁଦ୍ଧୀଷ୍ଟ୍ମ, ଜୈନ ମାନଙ୍କ ମିଶ୍ରଣରେ ଏ ଦେଶର ଇତିହାସ ଓ ସଂସ୍କୃତି ର ମୂଳଦୁଆ ସୃଷ୍ଟି ଏ ଦେଶକୁ ଅତୀତରେ ବହୁ ହିନ୍ଦୁ ସମ୍ରାଟ ବହୁ ମୁସ୍ଲିମ୍ ସମ୍ରାଟ ମାନେ ମଧ୍ୟ ଶାସନ କରିଛନ୍ତି ହେଲେ କେବେ ଏଠି କୌଣଷି ଧର୍ମର ବା ଜାତିର ଲୋକଙ୍କର ବ୍ୟକ୍ତିଗତ ହୁଇ ରହି ନାହିଁ ଏ ଦେଶ,, ଏ ଦେଶ ତାର ବକ୍ଷ ରେ ହିନ୍ଦୁ,ମୁସ୍ଲିମ୍,ଶିଖ୍, ଈଶାଇ,ଖ୍ରୀଷ୍ଟିୟାନ୍, ବୁଦ୍ଧିଷ୍ଟ୍ ଓ ଜୈନ ମାନଙ୍କୁ ସ୍ଥାନ ଦେଇଚି ସେମାନେ ଏ ମାଟିର ରସ ମଧ୍ୟ ପିଇଛନ୍ତି,, ଆଉ ଆଜି ବି ମଧ୍ୟ ବହୁତ ମୁସ୍ଲିମ୍ ଭାଇ ମାନେ ସୈନିକ ହୁଇ ହିନ୍ଦୁ ଭାଇ ମନଙ୍କ କାନ୍ଧରେ କାନ୍ଧ ମିଶାଇ ଦେଶ ସୁରକ୍ଷା ପାଇଁ ଜୀବନ ଦେଉଛନ୍ତି ଏଠି ଅବଦୁଲ କାଲାମ୍ ଭଳି ବହୁତ ମୁସ୍ଲିମ୍ ବୈଜ୍ଞାନିକ ମାନେ ଦେଶର ବିଜ୍ଞାନକୁ ବିଶ୍ଵ ଦରବାରରେ ପହଞ୍ଚାଇ ଛନ୍ତି ଏବଂ ଆମ ଦେଶର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବଦୁଲ କଲାମ ଆଜାଦ୍ ଭଳି ବହୁତ ଶିକ୍ଷାବିତ୍ ଦେଶର ଅଖଣ୍ଡତା କୁ ଅକ୍ଷୁର୍ଣ୍ଣ ରଖି ଦେଶର ବିକାଶର ସାରଥି ସାଜି ଛନ୍ତି,,
*** ଏ ଦେଶ ଏଭଳି ଏକ ପୁଣ୍ଯ ଭୂମିଯେ ଏଠି ଗାନ୍ଧୀ ଆଉ ଗୋପବନ୍ଧୁ ଭଳି ଜଣେ ଜଣେ ରକ୍ତ ମାଂସ ଧାରି ଦୟା ଦାନ ତ୍ୟାଗ ଆଉ ଅହିଂସାର ପୂଜାରୀ ମୋହାନ୍ ପୁଣ୍ୟ ଆତ୍ମାଙ୍କୁ ଜନ୍ମ ଦେଇଚି ତ ମହାପ୍ରତାପୀ ମହାରଣା ପ୍ରତାପ,ଆକବର୍, ଚନ୍ଦ୍ର ଗୁପ୍ତ,ପୃଥୀରାଜ, ଅଶୋକ ସମ୍ରାଟ,ଛତ୍ରପତି ଶିବାଜୀ, ନେତାଜୀ ସୁବାଷ ଏବଂ ସହିଦ୍ ଭାଗବତ୍ ସିଂହ ଙ୍କୁ ମଧ୍ୟ ଜନ୍ମ ଦେଇଚି ଏ ମାଟି ଏଭଳି ପୁଣ୍ୟ ଭୂମି ଯେ ଏଠି ମୋହାନ୍ ଧର୍ମ ଗୁରୁ ସାମାଜ ସଂସ୍କାରକ ସ୍ଵାମୀ ବିବେକାନନ୍ଦ ଏବଂ ମୋହନ୍ ବିଜ୍ଞାନୀ ଅବଦୁଲ କଲାମ ମଧ୍ୟ ଏଠି ଜନ୍ମ ହୁଇ ଛନ୍ତି,,,
***ଆଉ ଆମେ ଦେଶର ଅସଲ ମୁଦାକୁ ନ ବୁଝି ଜୟ ଶ୍ରୀରାମ ଆଉ ଆଲ୍ହା ହ ଆକବର୍ ନାମରେ ଦେଶର ଅଖଣ୍ଡତା କୁ କ୍ଷୁଣ୍ଣ କରି ଏକତା ଭିତରେ ବିଭିନ୍ନତା ସ୍ରୁଷ୍ଟି କରିବାରେ ବ୍ୟସ୍ତ ଅଛୁ,, ଆରେ ଭାଇ ଆମେ ସବୁ ଜାଣି କାହିଁକି ଅଜଣା ହେଉଛୁ,, ଖୁଲା ଅଙ୍ଗୁରଠାରୁ ପେନ୍ଥା ଅଙ୍ଗୁର ଅଧିକ ରେଟ୍ ରେ ବିକ୍ରି ହୁଏ ଏକଥା ଜାଣି ମଧ୍ଯ ରାଜନୈତିକ ପସା ପାଲିରେ ପଡି ଧର୍ମ ନାମରେ ଆମେ ଖୁଲା ଅଙ୍ଗୁର ହେଇ ଯାଉଚୁ,,,
*** ଜୟ ଶ୍ରୀରାମ କି ଆଲ୍ହା-ହଆକବର କହିଲେ ଆମେ ନିଯୁକ୍ତି ପାଇବା ନାହିଁ କି ପେଟ୍ରୋଲ ଆଉ ଡିଜେଲ୍ ମୂଲ୍ୟ କମି ଯିବ ନାହିଁ କି ପନି ପରିବା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଦାମ୍ କମି ଯିବ ନାହିଁ,,,
ଜୟ ଶ୍ରୀରାମ କି ଆଲ୍ହା-ହଆକବର କହିଲେ ଆମ ଭଉଣୀ ମାନଙ୍କର ବଳତ୍କାର କମି ଯିବ ନାହିଁକି ଡାକ୍ତରଖାନା କୁ ଡାକ୍ତର ଆସିବେ ନାହିଁ କି ପଢିବା ପାଇଁ ଶିକ୍ଷା ବ୍ଯବସ୍ଥା ସହଜ ହେବ ନାହିଁ , ଚାଷୀ କୁ ତାର ଫସଲର ଉଚିତ୍ ପ୍ରାପ୍ୟ ମିଳିବ ନାହିଁ କି କର୍ପୋରେଟର ମାନଙ୍କ ଠାରୁ ଦେଶକୁ ମୁକୁଳି ହେବ ନାହିଁ କି ଅଣ ଓଡ଼ିଆ ଠାରୁ ରାଜ୍ୟକୁ ମଧ୍ୟ ମୁକୁଳି ହେବ ନାହିଁ ଏ କଥାକୁ ଆମେ ସମସ୍ତେ ରାଜନୈତିକ ଚିନ୍ତା ଧାରା ଠାରୁ ଉର୍ଦ୍ଧକୁ ଯାଇ ସୁସ୍ଥ ମାନସିକତାରେ ବିଚାର କରିବା ଦରକାର,,,,🙏
*** ଆମେ ବୁଝିବା ଦରକାର ଯେ କୌଣଷି ନେତା କିମ୍ବା ମନ୍ତ୍ରୀ ମାନଙ୍କ ପିଲା ସରକାରୀ ବିଦ୍ୟାଳୟ ରେ ଶିକ୍ଷା ଅଧ୍ୟୟନ କରନ୍ତି ନାହିଁ କାହିଁକି,,? ସରକାରୀ ବାବୁ କିମ୍ବା ରାଜନେତା ମାନେ କିମ୍ବା ତାଙ୍କର ପରିବାର ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାହିଁକି ଚିକିତ୍ସିତ ହୁଅନ୍ତି ନାହିଁ,,? କିମ୍ବା ସେମାନ ଙ୍କର ପୁଅ କାହିଁକି ସୀମା ସୁରକ୍ଷା ପାଇଁ ସେନାରେ ଯୁଗ ଦିଅନ୍ତି ନାହିଁ,,,? କିମ୍ବା ସେମାନେ ନିଜ ପ୍ୟାକ୍ଟ୍ ରୁ ପେଟ୍ରୋଲ ପକାନ୍ତି ନାହିଁ କାରଣ ସେମାନେ ସରକାରୀ ଗାଡି ବ୍ୟବହାର କରନ୍ତି ଆଉ ଆମେ ଦେଉଥିବା ଟ୍ୟାକ୍ସ ରେ ପେଟ୍ରୋଲ ପକାନ୍ତି ଆଉ ଆମ ଟ୍ୟାକ୍ସ ରେ ନିତ୍ୟବ୍ୟବହାର୍ଯ୍ୟ ସମାଗ୍ରୀ କ୍ୟାଣ୍ଟିନ୍ ମାଧ୍ଯମରେ ବ୍ୟବହାର କରନ୍ତି,,,
*** ଆମେ ସମସ୍ତେ ଅଳ୍ପ ବହୁତ ଏ କଥାକୁ ଜାଣି ମଧ୍ଯ ଆଖି ଥାଇ କଣ ପାଇଁ ଆମେ ଅନ୍ଧ ସାଜିଛୁ,,, କାହିଁକି ଅନ୍ୟାୟକୁ ବିରୁଦ୍ଧ କରିବାର ଶକ୍ତି ଆମ ଭିତରେ ସୁପ୍ତ ହୁଇ ଯାଉଛି ଆମେ ଯିବୁ ଗୋଷ୍ଠୀ କଣ ଖାଲି ମୋବାଇଲ ରେ ପବ୍ଜି ଆଉ କଲେଜ୍ ଛକ ହେଉ ଅବା ଗାଁ ଛକରେ ଛଡା ହୁଇ ବିମଳ ଗୁଟ୍ଖା ଖାଇ ନିଜର ମରଦାଙ୍ଗୀ ର ପରିଚୟ ଦେବା ପାଇଁ ଜନ୍ମ ହୋଇଛେ ଆଉ କେବେ,,, ଆଉ କେବେ ଆମ ଭିତରେ ଯୁବ ବିପ୍ଳବର ବହ୍ନି ଅଗ୍ନି ଶିଖା ଜଳ ଉଠିବ,,,🔥
***ସୁବାଷ ନାୟକ,,,✍️🙏