Abhimanyu CLUB Ramapur

  • Home
  • Abhimanyu CLUB Ramapur

Abhimanyu CLUB Ramapur Contact information, map and directions, contact form, opening hours, services, ratings, photos, videos and announcements from Abhimanyu CLUB Ramapur, Photographer, Ramapur, .

ଅଗ୍ର ପୂଜ୍ୟ ଶ୍ରୀ ଗଣେଶଙ୍କ ବାର୍ଷିକ ଉତ୍ସବ ଆମ ପାଇଁ କର୍ମ ନୁହେଁ ଧର୍ମ, ସମାଜକୁ ଏକତ୍ରିତ ରଖିବା, ସଂସ୍କୃତି ଓ ପରମ୍ପରା କୁ ସାଇତି ରଖିବା ଉଦ୍ଦେଶ୍ୟରେ ସଂଗଠିତ ସଂଗଠନ, ଶ୍ରୀ ଗଣେଶଙ୍କ କୃପାରୁ ୨୦୦୮ମସିହାରୁ ଆରମ୍ଭ ହୋଇଥିବା ଅନୁଷ୍ଠାନ । ରମାପୁର ଗ୍ରାମର ପରିଚୟ "ଅଭିମନ୍ୟୁ ପୂଜା ସଂସଦ"

🙏 ଉନବିଂଶତମ ଶ୍ରୀ ଗଣେଶଙ୍କ ପବିତ୍ର  ଆଗମନ, 🙏               ଅଭିମନ୍ୟୁ ପୂଜା କମିଟି, ରମାପୁର “ବକ୍ରତୁଣ୍ଡ ମହାକାୟ, ସୂର୍ଯ୍ୟକୋଟି ସମପ୍ରଭଃ...
14/08/2026

🙏 ଉନବିଂଶତମ ଶ୍ରୀ ଗଣେଶଙ୍କ ପବିତ୍ର ଆଗମନ, 🙏
ଅଭିମନ୍ୟୁ ପୂଜା କମିଟି, ରମାପୁର

“ବକ୍ରତୁଣ୍ଡ ମହାକାୟ, ସୂର୍ଯ୍ୟକୋଟି ସମପ୍ରଭଃ ।
ନିର୍ବିଘ୍ନଂ କୁରୁ ମେ ଦେବ, ଶୁଭକାର୍ଯ୍ୟେଷୁ ସର୍ବଦା ॥” 🪷

ବିଘ୍ନବିନାଶକ, ବୁଦ୍ଧିଦାତା, ଅଗ୍ରପୂଜ୍ୟ ଶ୍ରୀ ଶ୍ରୀ ଗଣେଶଙ୍କ ଶୁଭ ଆଗମନରେ ଆମ ପୂଜା ମଣ୍ଡପ ହେବ ଭକ୍ତି ଓ ଆନନ୍ଦରେ ମୁଖରିତ। 🌺

ଆସନ୍ତୁ…
ମନରେ ଭକ୍ତି, ହୃଦୟରେ ଶ୍ରଦ୍ଧା ଓ ଓଠରେ “ଗଣପତି ବାପ୍ପା ମୋରିଆ”ର ଧ୍ୱନି ନେଇ, ଏହି ପବିତ୍ର ପୂଜା ଅବସରରେ ଏକତ୍ରିତ ହେବା।

ଶ୍ରୀ ଗଣେଶଙ୍କ ଚରଣରେ ମଥା ନୁଆଁଇ,
ସୁଖ, ଶାନ୍ତି, ସମୃଦ୍ଧି, ସଫଳତା ଓ ସମସ୍ତ ବିଘ୍ନରୁ ମୁକ୍ତିର ଆଶୀର୍ବାଦ ଭିକ୍ଷା କରିବା। 🙏

ଆପଣଙ୍କ ଉପସ୍ଥିତି ହିଁ ଆମ ଉତ୍ସବର ଶୋଭା,
ଆପଣଙ୍କ ଭକ୍ତି ହିଁ ଆମ ପୂଜାର ପୂର୍ଣ୍ଣତା। ❤️

🌺 ଆସନ୍ତୁ, ଚଳିତ ବର୍ଷ ଶ୍ରୀ ଗଣେଶଙ୍କ ଦିବ୍ୟ ଦର୍ଶନ କରିବା ତା୧୪-୦୯-୨୦୨୬ ରିଖ ଠାରୁ ତା ୧୮-୦୯-୨୦୨୬ ପର୍ଯ୍ୟନ୍ତ ।
ଆଶୀର୍ବାଦ ନେବା… ଓ ସମସ୍ତଙ୍କ ଜୀବନରୁ ବିଘ୍ନ ଦୂର ହେବା ପାଇଁ ପ୍ରାର୍ଥନା କରିବା। 🌺

🙏 ଗଣପତି ବାପ୍ପା ମୋରିଆ 🙏
🌺 ମଙ୍ଗଳମୂର୍ତ୍ତି ମୋରିଆ 🌺


ଆପଣଙ୍କ ଅପେକ୍ଷାରେ
। ଅଭିମନ୍ୟୁ ପୂଜା କମିଟି ସଦସ୍ୟ ମଣ୍ଡଳୀ 🙏।

ଆପଣ ଥିଲେ ଆମ ପରିବାରର ଜଣେ ସଦସ୍ୟ, ଆମ ପୂଜା ଆସିଲେ ବାବା ତମେ ରାତି ରାତି ଆମ ସହ ସମୟ ବିତାଓ, 18 ବର୍ଷ ପୂଜା ବିସର୍ଜନରେ ତମେ ଆଗରେ ଚାଲ ଆଉ ...
30/01/2026

ଆପଣ ଥିଲେ ଆମ ପରିବାରର ଜଣେ ସଦସ୍ୟ, ଆମ ପୂଜା ଆସିଲେ ବାବା ତମେ ରାତି ରାତି ଆମ ସହ ସମୟ ବିତାଓ, 18 ବର୍ଷ ପୂଜା ବିସର୍ଜନରେ ତମେ ଆଗରେ ଚାଲ ଆଉ ଆମେ ତମେ ପଛରେ, ଠାକୁର ପାଣିରେ ପଡ଼ିବା ଯାଏ ଆମ ସହ ଥାଅ !

ଯେଉଁ ଥର ତମେ ସମିତି ସଭ୍ୟ ନିର୍ବାଚିତ ହୋଇଥିଲ ଆମେ ସମ୍ମାନ ଦୃଷ୍ଟିରୁ ଖଣ୍ଡେ ନିମନ୍ତ୍ରଣ ପତ୍ର ଦେଇ ଆମନ୍ତ୍ରିତ କରିବାକୁ ଯାଇଥିଲୁ ତମର ସେଇ ଗାଳି ଆଜି ବି ମନେ ପଡେ "କଣ ମତେ ପର କରିଦେଲ, ମୁଁ ବଞ୍ଚି ଥିବା ଯାଏ ସେମିତି ଯାଇ ପହଞ୍ଚିବି ମତେ କୌଣସି ନିମନ୍ତ୍ରଣ ର ଆବଶ୍ୟକ ନାହିଁ" ୨୪ ଘଣ୍ଟାରୁ ଏକ ତୃତୀୟାଂଶ ସମୟ ଆମ ସହ ରହୁଥିଲ "

କିନ୍ତୁ ଆଜି ଆକସ୍ମିକ ଭାବେ ସବୁଦିନ ପାଇଁ ଛାଡି ଚାଲି ଗଲ ଅଫେରା ରାଇଜକୁ, ସମୟ ଆଗରୁ ଭଗବାନ ତୁମକୁ ନେଇଗଲେ ଏଥିପାଇଁ ବୋଧେ ବୟସ ଅପରାହ୍ନର କଷ୍ଟ ବୋଧେ ଦେଖିବାର ନ ଥିଲା 🙏 ଏ କମିଟି ତୁମ ପାଖରେ ଚୀର ଋଣୀ। ତୁମ ଜାଗା କେହି ନେଇ ପାରିବେ ନାହିଁ । ଆମେ ସମସ୍ତ ସଦସ୍ୟ ତୁମ ଅମର ଆତ୍ମାର ସଦଗତ୍ତି ପାଇଁ ପ୍ରଭୁ ଶ୍ରୀ ଗଣେଶଙ୍କ ପାଖରେ ପାର୍ଥନା କରୁଛୁ 🙏

Address

Ramapur

755008

Alerts

Be the first to know and let us send you an email when Abhimanyu CLUB Ramapur posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Abhimanyu CLUB Ramapur:

Shortcuts

  • Want your business to be the top-listed Photography Service?

Share