HARZA

HARZA Harza (Paraja) Tribe Culture, Tradition,Art, Language, Dance etc...

10/01/2025

ଦେଉ ରାଣି,ଦେଉ ଯାତ୍ରା, ପରଜା ଆଦିବାସୀ/ ହ୍ ର୍ଜା ଆଦିବାସୀ

10/01/2025

ଦେଉ ଯାତ୍ରା, ର୍ ଣ୍ ୱା ଦ୍ ଙ୍ଗ୍ଳା ମନ୍

10/01/2025

ର୍ ଣ୍ ୱା ଦ୍ ଙ୍ଗ୍ଳା ମନ୍ ନାଚୁଲାଇ, ଦେଉ ଯ୍ ତ୍ରା ,ହ୍ ର୍ଜା ଆଦିବାସୀ, କୋରାପୁଟ

10/01/2025

ଦେଉ ଯାତ୍ରା, ପରଜା (ହ୍ ର୍ଜା) ଆଦିବାସୀ

04/06/2023

Demsa | New Koraputia Demsa | Sailalee | ସାଇଲଳୀ ।
ହ୍ ର୍ଜା / ପରଜା ଆଦିବାସୀ ନୃତ୍ୟ ।

04/06/2023

Adivasi Dharma | Harza Tribe | ଆଦିବାସୀ ଧର୍ମ । ହ୍ ର୍ଜା / ପରଜା ଆଦିବାସୀ ଡୁମା ଓ ଦେବତା ଙ୍କୁ ଗୀତ ଗାଇ ପ୍ରାର୍ଥନା କରୁଛନ୍ତି ।

05/04/2023
05/04/2023
23/08/2022

Harza Tribe's Worship | ହ୍ ର୍ଜା ଆଦିବାସୀ ପୂଜା

☺ହ୍ ର୍ଜା☺ଆମ ହ୍ ର୍ଜା ଆଦିବାସୀ ମାନେ  ଓଡିଶା ରାଜ୍ୟର  କୋରାପୁଟ,ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ରେ ବସ ବାସ କରନ୍ତି । ହ୍ ର୍ଜା ଆଦିବା...
13/06/2022

☺ହ୍ ର୍ଜା☺
ଆମ ହ୍ ର୍ଜା ଆଦିବାସୀ ମାନେ ଓଡିଶା ରାଜ୍ୟର କୋରାପୁଟ,ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ରେ ବସ ବାସ କରନ୍ତି । ହ୍ ର୍ଜା ଆଦିବାସୀ ଙ୍କୁ ଓଡିଆ ରେ ପରଜା କୁହାଯାଏ । ହର୍ଜା ଆଦିବାସୀ ମୁଖ୍ୟତଃ ଦୁଇ ପ୍ରକାର ର 1-ହ୍ ର୍ଜା (ବଡ଼ ହ୍ ର୍ଜା) 2-ଜଡିଆ ହ୍ ର୍ଜା (ସାନ ହ୍ ର୍ଜା) ଆଉ ଅନ୍ୟ ହ୍ ର୍ଜା ମାନେ ହେଲେ 3-ଗଦ୍ ବା ହ୍ ର୍ଜା 4-ବାରିଙ୍ଗ୍ ହ୍ ର୍ଜା 5 -ଟୁଣି ହ୍ ର୍ଜା 6-ପେଙ୍ଗ ହ୍ ର୍ଜା ଇତ୍ୟାଦି
। ହ୍ ର୍ଜା ଆଦିବାସୀ ଙ୍କ ଉପନାମ (Surname) ମୁଦଲି ,ଜାନି,ଭୋଇ,ଦାମି,ନାୟକ,ନନ୍ଦିବାଡି,ମାଝି,ଜଡିଆ ଓ ପରଜା
ହର୍ଜା ଆଦିବାସୀ ଙ୍କ ମୁଖ୍ୟ ଜୀବିକା କୃଷି (ଏ ମାନଙ୍କ ପୁର୍ବ ପୁରୁଷ ମାନେ ଅଧିକାଂଶ ଶିକାର ବଞ୍ଚୁ ଥିଲେ )। ଏ ମାନେ ପଡୁ ଚାଷ କରନ୍ତି (ପାହାଡ ର ଜଙ୍ଗଲ କାଠି ନିଆଁ ଲଗେଇ ଚାଷ କରନ୍ତି)
ହ୍ ର୍ଜା ମାନଙ୍କ ମୁଖ୍ୟ ଫସଲ -🌾🌾 ମାଣ୍ଡିଆ,ଧାନ,ସୁଆଁ,ଅଳସି,କାଙ୍ଗୁ ,ବଦଇ ,ବିରି,କଳତ,କେଡ୍ ଜହ୍ନି ଇତ୍ୟାଦି ।
ଗୃହ ପାଳିତ ପଶୁ ପକ୍ଷୀ ଙ୍କୁ ବି ପାଳନ କରନ୍ତି ଯଥା- ଗାଇ🐄 ,ଛେଳି, ମେଣ୍ଡା🐏,ଘୁଷୁରି🐖 ଓ କୁକୁଡ଼ା🐤 । ହ୍ ର୍ଜା ଆଦିବାସୀ ପୂର୍ବ ଜନ୍ମ ଓ ପର ଜନ୍ମ କୁ ମାନନ୍ତି ଓ ବିଶ୍ୱାସ କରନ୍ତି ଯେ ଜଣେ ମରିଗଲା ପରେ ଅନେକ ଜନ୍ମ ନେଇ ଥାନ୍ତି ,ଗୋଟିଏ ଗୋଟିଏ ଛୁଆ ରେ ତିନି ଚାରି ଜଣ ମିଶି କି ବି ଜନ୍ମ ନେଇ ଥାନ୍ତି ।ହ୍ ର୍ଜା ମାନେ ପକୃତି କୁ ପୂଜା କରନ୍ତି ଓ ସେମାନଙ୍କ ପୁର୍ବ ପୁରୁଷ (ମରି ଯାଇ ଥିବା ଲୋକଙ୍କୁ)ଙ୍କୁ ପୁଜା ଅର୍ଚନା କରନ୍ତି ,ହ୍ ର୍ଜା ଆଦିବାସୀ ମାନଙ୍କର ଗୋଟିଏ ବଂଶ (ପରିବାର) ର ଗୋଟିଏ ଭଗବାନ ଥାଆନ୍ତି । ହ୍ ର୍ଜା ମାନେ ପୂଜା ଅର୍ଚନା ପାଇଁ, ଫୁଲ, ଫଳ,ଅଣ୍ଡା, ସୁକିଲା ମାଛ ସହିତ ପଶୁ (ଘୁଷୁରି,ଛେଳି,ମେଣ୍ଡା)ବଳି ଦେଇ ଥାନ୍ତି ।ହ୍ ର୍ଜା ଆଦିବାସୀ ମାନଙ୍କ ର ମୁଖ୍ୟ ତିନୋଟି ପୂଜା ସ୍ଥାନ ଥାଏ । ଗାଁ ଭିତରେ ନିଶାଣି ମୁଣ୍ଡା ରେ ମୁଖ୍ୟ ଗ୍ରାମ ଦେବା ଦେବି ଥାଆନ୍ତି ,ଓ ଗାଁ ବାହାରେ ଗୋଟିଏ ପୂଜା ସ୍ଥାନ ର ନାମ ଜାକେର୍ ବଲି କୁହନ୍ତି ,ଆଉ ସମସ୍ତଙ୍କ ଘରେ (ଭିତୁର ଘର୍) ପୂଜା ଘର ଥାଏ। ହ୍ ର୍ଜା ମାନେ ଭଗବାନ ଙ୍କୁ ଡୁମା (ଭୂତ) ଦେବତା (ଦେବା/ଦେବୀ) କୁହନ୍ତି । ଗାଁ ନିଶାଣି ମୁଣ୍ଡାର ଦେବତା ଓ ଜାକେର୍ ଦେବତାଙ୍କୁ ଗାଁ ର ସମସ୍ତେ ପୂଜା କରନ୍ତି ,ଓ ଯାହାର ଘରର ଦେବତା ଙ୍କୁ ସେ ମିନେ ହିଁ ପୂଜା କରନ୍ତି ,। ହ୍ ର୍ଜା ଆଦିବାସୀ ମାନେ ବିଶ୍ୱାସ କରନ୍ତି ଯେ ଆମ ଘରର ଦେବତା ଆମ ସହିତ ସବୁବେଳେ ରହିଥାନ୍ତି ,ଆମ ଛାଇ ପରି ଓ ଆମକୁ ବିପଦ ରୁ ରକ୍ଷା କରି ଥାନ୍ତି ଓ ଦୁଷ୍ଟ ଡୁମା ,ଦେବତା ଠାରୁ ବି ଆମକୁ ରକ୍ଷା କରିଥାନ୍ତି । ନିଶାଣ୍ ମୁଣ୍ଡା ର ଦେବତା ଓ ଜାକେର୍ ର ଦେବତା ଗାଁ କୁ ସୁରକ୍ଷା ଦେଇଥାନ୍ତି ।। ଡୁମା ଦେବ୍ ତା ମାନେ ଭଲ ଫସଲ ହେବାରେ ବି ସାହାଯ୍ୟ କରନ୍ତି ତେଣୁ ସେମାନଙ୍କୁ ଖୁସି କରେଇବା ପାଇଁ ପୂଜାର୍ଚ୍ଚନା କରାଯାଏ ।।।
କୌଣସି ପର୍ବପର୍ବାଣି ରେ ଏଠାରେ ପୂଜାର୍ଚ୍ଚନା କରାଯାଏ । ପୂଜାରୀ ମାନଙ୍କୁ କୁ ଦିସାରି ,ଗୁଣ୍ୟା , ଗୁର୍ ମାଇ ଓ ବେଜ୍ ଣି କୁହାଯାଏ ।ହ୍ ର୍ଜା ଆଦିବାସୀ ମାନେ ମୁଖ୍ୟତଃ ବଂଶଗତ ଭାବରେ କାର୍ଯ୍ୟ କରିଥାନ୍ତି ,ଯଥା -ବାପା ପୂଜାରୀ ଥିଲେ ପୁଅ ପୂଜାରୀ କାର୍ଯ୍ୟ କରନ୍ତି ବଂଶନୁକ୍ରମିକ କରିଥାନ୍ତି।ଗାଁ ର ସମସ୍ତ କାର୍ଯ୍ୟ ଠିକ ଭାବରେ ଚଳାଇ ବା ପାଇଁ କେତେକ ଲୋକ ଦାୟିତ୍ବ ଦିଆଯାଏ ଥାଏ ,ତାହା ପଦବୀ ଗୁଡିକ ହେଲା ,ଦିସାରି (ମୁଖ୍ୟ ପୂଜାରୀ),ଗୁର୍ ମାଇ (ପୁରୁଷ/ସ୍ତ୍ରୀ) ନାଇକ୍ (ଗାଁ ର ବଡ) ଚଲାଣ (ଖାଦ୍ୟ ଶସ୍ୟ ଓ ପୂଜା ସାମଗ୍ରୀ ଗାଁ ଲୋକଙ୍କ ଠାରୁ ସଂଗ୍ରହ କରିବ) ଓ ବାରିକ୍ (ବାର୍ତ୍ତା କହିବୁଲିବା ଲୋକ) ବଂଶାନୁକ୍ରମିକ ଭାବରେ କରିଥାନ୍ତି । ହର୍ଜା ମାନଙ୍କ 🎋ପର୍ବ 🎎 ହୁଷ୍ ହର୍ବ୍ , ଚୈତ୍ ହ୍ ର୍ବ ,ବୋଦ ବଳାଉଣି ,ଲକ୍ଷ୍ମୀ ହୁଜା,ଦଳି ଦେଉ ହୁଜା ,ଦିୱଆଳି ,ବାଉମୁଣ୍ଡା ,ଗୋରୁ ବଳାଉଣି ଇତ୍ୟାଦି
। ।।।।।।।।।
ଆମର ଧର୍ମ ହିନ୍ଦୁ ନୁହେଁ ସମୟ ଅନୁସାରେ ,ହିନ୍ଦୁ ମାନଙ୍କ ସଂସ୍ପର୍ଶରେ ଆସି ,ଆମେ ହିନ୍ଦୁ ମାନଙ୍କ ଧର୍ମ ରେ ପ୍ରଭାବିତ ହୋଇ ଅଛୁ । ମୋ ମତରେ ଆମ ଧର୍ମ ହ୍ ର୍ଜା ଧର୍ମ ବା ପ୍ରକୃତି🏞 ହିଁ ଆମ ଧର୍ମ କାହିଁକି ନା ଆମେ ପ୍ରକୃତି 🏞କୁ ଉପାସନା କରୁଛୁ ।
ଆମର "ଆୟା" ("ମା") ହେଉଛି "ଧ୍ ର୍ ତ୍ ନି " 🌍("ପୃଥିବୀ),,ତୋ ଆମର ହ୍ ର୍ଜା ମାନଙ୍କ ମୂଖ୍ୟ ବା ବଡ ଭଗବାନ "ପୃଥିବୀ" || ହ୍ ର୍ଜା ମାନଙ୍କ ବିଶ୍ୱାସ ରେ ,,,"ଧ୍ ର୍ ତ୍ ନି "🌎 ବା ମାଟି ରୁ ଭାଇ ଭଉଣି ଜନ୍ମ ହେଲେ ଓ ବାହା ହେଇ ଘର ସଂସାର କରି ଏହି ସମାଜ ତିଆରି କଲେ ।।
ଆମ ହ୍ ର୍ଜା ଆଦିବାସୀ ସମାଜ ସବୁଠାରୁ ବଡ କଥା, 👫ଲିଙ୍ଗ ଗତ ବେଦଭାବ ନାହିଁ ,ଉଭୟ ସ୍ତ୍ରୀ ଓ ପୁରୁଷ ସମାନ ,ଉଭୟ ମିଶି ବିଳି କାମ କରିବେ ମିଶି ବିଳି ନାଚ ଗୀତ କରିବେ ।
।।।।।।।।।।
ଏହି ଲେଖା ରେ କୌଣସି ତୃଟି ଥିଲେ ,ଦୟାକରି ଜଣାନ୍ତୁ ।
🙏ବୁଲୁ ମୁଦ୍ ଲି🙏
YOUTUBE/HARZA https://youtube.com/channel/UCXqAbpFPLfBoHcgNcYxADcQ
FACEBOOK PAGE /HARZA https://www.facebook.com/buluharza/

ହ୍ ର୍ଜା ଆଦିବାସୀ ଜୀବନ ଶୈଳୀ ,ଚାଲି ଚଳଣ , ପରମ୍ପରା ନାଚ ଗୀତ VIDEOS ଦେଖିବା ପାଇଁ ଆମ CHANNEL କୁ SUBSCRIBE କରନ୍ତୁ ।।।।।।।ଆମ ଭିଡ଼ିଓ ଆପଣଙ୍କୁ ଭ.....

13/06/2022

ହ୍ ର୍ଜା ଧର୍ମ
ହ୍ ର୍ଜା ମାନେ ଭଗବାନ ମାନଙ୍କୁ "ଦେବ୍ ତା" କୁହନ୍ତି , ଦେବତା ମାନଙ୍କ ସହିତ ଡୁମା (ଭୂତ) ମାନଙ୍କୁ ପୂଜାର୍ଚ୍ଚନା କରାଯାଏ ।
"ଦେବ୍ ତା"(ଦେବା/ଦେବୀ) ମାନେ ପଥର, ଗଛ,ନଦୀ, ପାହାଡ,ଜଙ୍ଗଲ, ଝରଣା, ପବନ, ନିଆଁ, ମାଟି, ସୁନା, ରୂପା, ଲୁହା (ଅସ୍ତ୍ର ଶସ୍ତ୍ର) ଇତ୍ୟାଦ ମାନେ ଆମ ପରିବେଶ ର ସମସ୍ତ ବସ୍ତୁ ରେ ବାସ କରନ୍ତି ଦେବତା ମାନେ ।
କେତେକ ଜୀବ ଜନ୍ତୁ ମାନଙ୍କୁୁ ବାଘ,ଗାଈ ,ସାପ,ମାଛ ଇତ୍ୟାଦି ମାନେ ମଧ୍ୟ ଦେବତା ।
ସୂର୍ଯ୍ୟ, ଚନ୍ଦ୍ର, ତାରା ,ପାଣି, ପବନ,ଗଛ,ମାଟି, ବର୍ଷା,ନିଆଁ ଇତ୍ୟାଦି ମଧ୍ୟ ଦେବତା ।
ଦେବତା ମାନଙ୍କୁ ସେମାନଙ୍କ ରହୁଥିବା ସ୍ଥାନ ଓ ସେମାନଙ୍କ ପ୍ରକାର ଅନୁସନାରେ ସେମାନଙ୍କୁ ନାମ ଦିଆଯାଏ ।
ସେମାନଙ୍କୁ ଉପାସନା କରୁଥିବା ଲୋକ ମାନଙ୍କ ବଂଶ ଅନୁସାରେବି ନାମ ଦିଆଯାଇଥାଏ ।
ମରି ଯାଇଥିବା ଲୋକ (ଡୁମା) ମାନଙ୍କୁ ମଧ୍ୟ ଦେବତା ମାନଙ୍କ ପରି ସମ୍ମାନ ଦିଆଯାଏ ,ଡୁମା ମାନେ ଦ୍ବିତୀୟ ଦେବତା ।
ଡୁମା ,ଦେବତା ମାନେ ଦୁଇ ପ୍ରକାର 1- ଭଲ ଦେବତା (ଆମକୁ ରକ୍ଷା ଓ ସାହାଯ୍ୟ କରନ୍ତି) 2 - ଖରାପ ଦେବତା (ଆମର କ୍ଷତି କରନ୍ତି ,ଜୀବନ ବି ନେଇଥାନ୍ତି ଓ ଅସୁବିଧା ପକାନ୍ତି )
ତିନୋଟି ମୁଖ୍ୟ ପୂଜା ସ୍ଥଳୀ 1 - ନିଶାଣ୍ ମୁଣ୍ଡା 2 - ଜାକେର୍ 3 - ଭିତୁର୍ ଘ୍ ର୍ (ପୂଜା ଘର)
ନିଶାଣ୍ ମୁଣ୍ଡା :-
ନିଶାଣ୍ ମୁଣ୍ଡା ଦେବତା ମାନେ ମୁଖ୍ୟ ବା ବଡ ଦେବତା ଗାଁ ର ସମସ୍ତ ପର୍ବପର୍ବାଣୀ ରେ ପ୍ରଥମେ ଏଠାରେ ପୂଜା କରା ଯାଏ ।
କୌଣସି ବିପଦ ର ଆଶଙ୍କା ହେଲେ ମଧ୍ୟ ଏଠାରେ ଆସି ମିନସିକ କରାଯାଏ । ବିପଦ ରୁ ରକ୍ଷା ପାଇ ବା ପାଇଁ ।
ନିଶାଣ୍ ମୁଣ୍ଡା ଦେବତା ଗାଁ କୁ ସୁରକ୍ଷା କରେ , ଭଲ ବର୍ଷା ଭଲ ଫସଲ ହେବା ପାଇଁ, ପ୍ରାକୃତିକ ବିପର୍ଯ୍ୟୟ ଝଡବାତ୍ୟା ମରୁଡି ଇତ୍ୟାଦି ରୁ ରକ୍ଷା କରିଥାଏ ଓ ରୋଗ ଦାଉରୁ ଗାଁ ଲୋକ ମାନଙ୍କୁ ରକ୍ଷା କରି ଥାଏ ।
ଜାକେର୍:-
ଜାକେର୍ ରେ ଜାକେର୍ ଦେବତାମାନଙ୍କୁ ଓ ପୂର୍ବ କାଳ ଦାଦି ବୁଢା (ଡୁମା) ମାନଙ୍କୁ ପୂଜାର୍ଚ୍ଚନା କରାଯାଏ । କେତେକ ପର୍ବପର୍ବାଣି ଯଥା ଚୈତ୍ ପର୍ବ , ବିଆନ୍ (ବିହନ)ପୂଜା (ଚାଷ କାର୍ଯ୍ୟ ଆରମ୍ଭ କରିବା ପାଇଁ),ମୁଣ୍ଡା ପୂଜା ଇତ୍ୟାଦି ରେ ପୂଜା କରାଯାଏ । ଭଲରେ ଫସଲ ହେବା ପାଇଁ, ଗାଁ ର ସୁରକ୍ଷା ଓ ମଙ୍ଗଳ କାମନା କରିବା ପାଇଁ ଏଠାରେ ପୂଜାର୍ଚ୍ଚନା କରାଯାଏ ।
ଭିତୁର୍ ଘ୍ ର୍ :-
ଭିତୁର୍ ଘ୍ ର୍ ର ଦେବତା ମାନଙ୍କୁ ସମସ୍ତ ପର୍ବପର୍ବାଣି ରେ ଓ ଘରର ସମସ୍ତ ସୁବିଧା ଅସୁବିଧା ରେ ପୂଜା କରାଯାଏ କିଛି କାମନା ଥିଲେ ମାନସିକ କରାଯାଏ । ସକାଳେ ସନ୍ଧ୍ୟା ରେ ଧୂପ ଦିଆଯାଏ ।
ଭିତୁର୍ ଘରର ଦେବତା ସମସ୍ତଙ୍କର ଅଲଗା ଅଲଗା ,ଯାହାର ବଂଶ (ପରିବାର)ର ତାଙ୍କର ଅଲଗା ଦେବତା ରହିଥାନ୍ତି । ଘରର ଦେବତା ଯାହାର ଦେବତା ତାଙ୍କର ଛାଇ ପରି ରହି ରକ୍ଷା କରିଥାନ୍ତି ।
।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।
ପୂଜାରୀ ମାନଙ୍କୁ ,ଦିସାରି,ଗୁଣ୍ୟା,ଗୁର୍ ମାଇ,(ମହିଳା -ଦିସାରିଣି,ଗୁଣ୍ୟାଣି,ଗୁର୍ ମାଇଣି,ବେଜ୍ ଣି) ବୋଲି କୁହାଯାଏ ।
ମୁଖ୍ୟତଃ ବଂଶାନୁକ୍ରମିକ ଭାବରେ ହ୍ ର୍ଜା ମାନେ ପୂଜାରୀ ହେଇ ଥାନ୍ତି ।
ଗୋଟିଏ ବଂଶ ସମସ୍ତେ ପୂଜାରୀ ହେଇ ନଥାନ୍ତି, ଯାହାକୁ ଦେବତା ଧରି ଥାନ୍ତି (ବଜା ଓ ମହୁରି ର ଧ୍ୱନି ଶୁଣି ଅଜାଣତରେ ନାଚ କରିଥାନ୍ତି)
ସେମାନେ ମୁଖ୍ୟତଃ ପୂଜାରୀ ହେଇଥାନ୍ତି,ଦେବତା ଧରି ଥିଲେ ଛୋଟ ବେଳ ରୁ ହିଁ ଲକ୍ଷଣ ଦେଖା ଯାଇ ଥାଏ । ଅନ୍ୟ ମାନେ ମଧ୍ୟ ହେଇ ଥାନ୍ତି କିନ୍ତୁ ଯାହାକୁ ଦେବତା ଧରି ଥାନ୍ତି ସେମାନଙ୍କୁ ଅଧିକ ବିଶ୍ୱାସ କରାଯାଏ ।
ପୂଜାରୀ ମାନେ ଦେବତା ଓ ଡୁମା ମାନଙ୍କ ସହ କଥାବାର୍ତ୍ତା କରିଥାନ୍ତି ଓ ବେଳେ ବେଳେ ପୂଜରୀ ମାନଙ୍କ ଶରୀର ଭିତରେ ଦେବତା ଓ ଡୁମା ମାନେ ପ୍ରବେଶ କରିଥାନ୍ତି (ଧରି ଥାନ୍ତି ବା ଉବା ହେଇ ଥାନ୍ତି) ।।।।
ଦିସାରି ମୁଖ୍ୟ ପୂଜାରୀ ହେଇଥାନ୍ତି ଓ ଗୁର୍ ମାଇ, ଗୁଣ୍ୟା ଓ ଦିସାରି ଙ୍କୁ ଗାଁ ର ବଡ ସାନ ,ଜାନି,ମୁଦ୍ ଲି ,ଚ୍ ଲାଣ୍,ବାରିକ୍ ଇତ୍ୟାଦି ମାନେ ପୂଜା କାର୍ଯ୍ୟ କରିବା ପାଇଁ ସାହାଯ୍ୟ କରିଥାନ୍ତି । ଦିସାରି ହିଁ ଯେ କୌଣସି ପର୍ବପର୍ବାଣୀ ଓ ଶୁଭ କାର୍ଯ୍ୟ (ବାହାଘର,ଗୃହ ପ୍ରବେଶ, ଚାଷ କାର୍ଯ୍ୟ ଆରମ୍ଭ ଇତ୍ୟାଦି) ଦିନ ବାର ସ୍ଥିର କରିଥାନ୍ତି ।
।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।
ଡୁମା ଦେବତା ମାନଙ୍କୁ ପୂଜାର୍ଚ୍ଚନା କରିବାପାଇଁ ନିଆଁ,ଧୂପ, ଫୁଲ, ଫଳ,କିଚୁଡି ଭାତ,ପୋଣା, ପାଣି, କ୍ଷୀର, ଗୁଢ,ଲ୍ ନ୍ଦା(ମାଣ୍ଡିଆ ତିଆରି ନିଶା ପାନୀୟ) ଇତ୍ୟାଦି ଚକ୍ ନି ବା ଦନା (ଗଛର ପତ୍ର ରେ ତିଆରି ପାତ୍ର)ରେ ଅର୍ପଣ କରାଯାଏ ଓ ସୁକିଲା ମାଛ,ଅଣ୍ଡା ଇତ୍ୟାଦି ପୂଜା କରାଯାଏ ବଳି ମଧ୍ୟ ଦିଆଯାଏ କୁକୁଡ଼ା,ଘୁଷୁରୀ,ଛେଳି,ମେଣ୍ଡା ଇତ୍ୟାଦି ।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।
ଜଣେ ଲୋକ ମରିଗଲା ପରେ ଡୁମା ହେଇ ଯାଏ ଓ ଆଉ ଥରେ ଜନ୍ମ (ଅବତାର) ଆସି ଥାଏ । ଛୁଆ ଜନ୍ମ ହେଲା ପରେ ଗୁର୍ ମାଇ ମାନେ ପ୍ରାର୍ଥନା (ବୁଝାଇ) କରି କିଏ ଜନ୍ମ ଆସିଛି ଜାଣି ପାରନ୍ତି । ଯିଏ ଜନ୍ମ (ଅବତାର) ଆସିଥାନ୍ତି ତାଙ୍କ ଅଂଶ ରୁ ଛୁଆ ମାନେ ଜନ୍ମ ଆସିଥାନ୍ତି । ଗୋଟିଏ ଡୁମ ଅନେକ ଜନ୍ମ ନେଇ ପାରନ୍ତି ,ଜଣେ ଜଣେ ତିନି ଚାରୋଟି ଛୁଆ ହେଇ ଜନ୍ମ ହେଇ ଥାନ୍ତି । କିଛି ଛୁଆ ମାନେ ତିନି ଚାରୋଟି ଡୁମା ର ଅଂଶ ରେ ଜନ୍ମ ହେଇ ଥାନ୍ତି ।।।
କିଛି ବୁଡା ବୁଡି ଲୋଇ ବଞ୍ଚି ଥିଲା ବେଳେ ହିଁ ଅଜାଣତରେ ଜୀବନ(ଡୁମା) ପଠାଇ ଥାନ୍ତି, ଛୁଆ ମାନଙ୍କୁ ,ତାଙ୍କ ଅଂଶ ରେ ଜନ୍ମ ହେବା ପାଇଁ ।
।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।
ଯେଉଁ ଲୋକ ପାପ କାମ କରେ ଅନ୍ୟାୟ ଅତ୍ୟାଚାର କରେ ,ସେଇ ଲୋକ କୁ ମରିବା ବେଳେ ଦୁଃଖ ଦୁର୍ଦ୍ଦଶା ଭୋଗି ବାକୁ ପଡି ଥାଏ ନହେଲେ ଅନ୍ୟ ଏକ ଜନ୍ମ ରେ ବି ଦୁଃଖ ଦୁର୍ଦ୍ଦଶା ଭୋଗି ବାକୁ ପଡି ଥାଏ । ନହେଲେ ପର ଜନ୍ମ ରେ ବିକଳାଙ୍ଗ ନହେଲେ ତୁଚ୍ଛ (ଛୋଟ ଜନ୍ମ - କୀଟ ପତଙ୍ଗ) ବି ଜନ୍ମ ନେଇ ଥାନ୍ତି । ଯେ ଯେମିତି ପାପ କରିବ ସେ ସେମିତି ଦଣ୍ଡ ପାଇବ । ନିଜ କଲା କର୍ମ ଆନୁସାରେ ଫଳ ପାଇ ଥାନ୍ତି
।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।।
ଗୁର୍ ମାଇ ମାନେ ଦେବତା ମାନଙ୍କୁ ପ୍ରାର୍ଥନା (ବୁଝାଇ) କରି ଜାଣି ପାରନ୍ତି, କୌଣସି ବ୍ୟକ୍ତି ର ବା ଗାଁ ରେ ବିପଦ ଥିଲେ ,ପୂଜା ପାଠ କରା ଯାଏ ବିପଦ ଆପଦ ରୁ ରକ୍ଷା ପାଇବା ପାଇଁ । କେତେକ ଲୋକଙ୍କ ର ଜନ୍ମ ବେଳେ ରୁ ବିପଦ ରହିଥାଏ ,ତାକୁ ଗୁର୍ ମାଇ ମାନେ ପୂଜାର୍ଚ୍ଚନା କରି ଠିକ୍ କରି ଥାନ୍ତି ।।।

Address

Koraput

Alerts

Be the first to know and let us send you an email when HARZA posts news and promotions. Your email address will not be used for any other purpose, and you can unsubscribe at any time.

Share

Category