Satsang Brahmagiri

Satsang Brahmagiri God sees the truth, But you have to wait till the result.

08/06/2026

*****  ଶୈଶବ--ଶିକ୍ଷାରେ   ସଦାଚାର  ****ଭାଇ   ଓ   ମାଆମାନଙ୍କ   ମଧ୍ୟରୁ   ଅନେକେ   ଶ୍ରୀଶ୍ରୀଠାକୁରଙ୍କ ପାଖରେ  ବସିଥିଲେ ,  ଜଣେ   ମାଆର...
15/04/2026

***** ଶୈଶବ--ଶିକ୍ଷାରେ ସଦାଚାର ****

ଭାଇ ଓ ମାଆମାନଙ୍କ ମଧ୍ୟରୁ ଅନେକେ ଶ୍ରୀଶ୍ରୀଠାକୁରଙ୍କ ପାଖରେ ବସିଥିଲେ , ଜଣେ ମାଆର କୋଳରେ ଗୋଟିଏ ଛୁଆ ଥିଲା । ସେ ବାର--ବାର ପାଟି ଭିତରେ ଆଙ୍ଗୁଳି ଦେଉଥିଲା । ତାହା ହିଁ ଦେଖି ଶ୍ରୀଶ୍ରୀଠାକୁର କହିଲେ =
କଳ ତଳକୁ ଯାଇ ତାର ହାତ ଧୋଇ ଆଣ୍ । ଆଉ, ଭଲକରି ବୁଝେଇ କହ ଯେ ଯେତେବେଳେ -- ସେତେବେଳେ ପାଟିର ଭିତରେ ଆଙ୍ଗୁଳି ଦିଅନ୍ତି ନାହିଁ । ମୁହଁର ଭିତରେ ଆଙ୍ଗୁଳି ଦେବାକୁ ଗଲେ ଯେ ହାତ ଧୋଇ ଦେବାକୁ ହୁଏ , ଏବଂ ଦେଲା ପରେ ଯେ ହାତ ଧୋଇ ପକେଇବାକୁ ହୁଏ, ତାହା ବୁଝେଇ ଦେବାକୁ ହୁଏ । ଏବଂ ଏଇଟା କାହିଁକି କରିବାକୁ ହୁଏ , ତାହା ବି କହିବାକୁ ହୁଏ । ଏଇ ଭାବେ ପିଲାବେଳରୁ ସଜାଗ ରହି ପିଲାଛୁଆମାନଙ୍କୁ ସଦାଚାର ଇତ୍ୟାଦି ଶିକ୍ଷା ଦେବାକୁ ହୁଏ , ଆଉ ଶିକ୍ଷା--ଅନୁଯାୟୀ ନିଜେ ଆଚରଣ କରିବାକୁ ହୁଏ । ଶୈଶବ-ଶିକ୍ଷା ଭଲ ନ ହେଲେ ପରେ ମଣିଷର ବଡ଼ କଷ୍ଟ ହୁଏ ।

( ଆଲୋଚନା-ପ୍ରସଙ୍ଗେ = ୫ ମ ଖଣ୍ଡ )
卐 ଜୟଗୁରୁ 卐

15/04/2026

Sipai Dada with Boudi At Simulia, Baleswar Sreemandir Inauguration

*ଇର୍ଷା ଆସେ କାହିଁକି**========×========*    *ଶ୍ରୀଶ୍ରୀଠାକୁର----- ସେଇଟା ଏକ ଅସୁସ୍ଥ ମନୋଭାବ। ଅପ୍ରୀତିରୁ  ତା'ର ଜନ୍ମ ।  ଇର୍ଷାପ୍ରସୂ...
15/04/2026

*ଇର୍ଷା ଆସେ କାହିଁକି*
*========×========*

*ଶ୍ରୀଶ୍ରୀଠାକୁର----- ସେଇଟା ଏକ ଅସୁସ୍ଥ ମନୋଭାବ। ଅପ୍ରୀତିରୁ ତା'ର ଜନ୍ମ । ଇର୍ଷାପ୍ରସୂତ ଯନ୍ତ୍ରଣା ପରି ନିରର୍ଥକ ଓ ପୀଡାଦାୟକ ଯନ୍ତ୍ରଣା ମଣିଷର କମ୍ ହିଁ ଅଛି । ମଣିଷର ଶ୍ରୀବୃଦ୍ଧି ଦେଖିଲେ ଆନନ୍ଦ ହେବାହିଁ ସ୍ବାଭାବିକ, ଅନ୍ୟର ଶ୍ରୀବୃଦ୍ଧି ଦେଖି ଯାହା ମନରେ ଜ୍ବାଳା ହୁଏ, ପରମପିତାଙ୍କ ପ୍ରସାଦରୁ ସେ ଅଳ୍ପ-ବହୁତ ବଞ୍ଚିତ ହୁଏ। ମଣିଷ କର୍ମଫଳ ଓ ଭଗବତ୍ ପ୍ରସାଦ ହେତୁ ଯେଉଁଠି ସୁଖୈଶ୍ବର୍ଯ୍ୟ ଭୋଗ କରେ, ତା' ଦେଖି ଯା'ର ହିଂସା ଜାଗେ, ତା'ର ଅର୍ଥ ହେଲା ସେ ଏକାସାଙ୍ଗରେ ନିଜ ସତ୍ତା, ଅପରର ସତ୍ତା ଓ ଭଗବତ୍-ବିଧାନ ସମ୍ବନ୍ଧେ ଦ୍ରୋହ ବୁଦ୍ଧିସମ୍ପନ୍ନ ହୋଇ ଉଠିଛି। ଏଇଟା ନିଦାରୁଣ ପାପ ।*

*ଆଲୋଚନା ପ୍ରସଙ୍ଗେ / ଚତୁର୍ଦ୍ଦଶ ଖଣ୍ଡ*
*=======×=======*

****  କୁରୁକ୍ଷେତ୍ର  ****କୁରୁକ୍ଷେତ୍ର   ସମ୍ବନ୍ଧରେ   ଦିନେ  କଥା  ଚାଲିଥିଲା  ।  ସେଥିରେ   ଶ୍ରୀଶ୍ରୀଠାକୁର   କହିଲେ ---"  କୁରୁକ୍ଷେତ୍...
13/04/2026

**** କୁରୁକ୍ଷେତ୍ର ****

କୁରୁକ୍ଷେତ୍ର ସମ୍ବନ୍ଧରେ ଦିନେ କଥା ଚାଲିଥିଲା । ସେଥିରେ ଶ୍ରୀଶ୍ରୀଠାକୁର କହିଲେ ---" କୁରୁକ୍ଷେତ୍ର ମାନେ କର୍ମକ୍ଷେତ୍ର । ସେଇ ଅର୍ଥରେ ସମସ୍ତ ଜୀବନଟା ହିଁ କୁରୁକ୍ଷେତ୍ର ।" ଯେଉଁଠାରେ ନିରନ୍ତର ଅଧର୍ମକୁ ପରାସ୍ତ କରି ଧର୍ମର ସ୍ଥାପନା କରିଚାଲିବାକୁ ହେଉଛି । ଅଧର୍ମରେ ଅଛି ଦୁଃଖ, ଧର୍ମରେ ଅଛି ସୁଖ । ତେଣୁ, ଅଧର୍ମକୁ ଅପସାରଣ କରି ଧର୍ମର ପ୍ରତିଷ୍ଠା କରିବା ହିଁ କୁରୁକ୍ଷେତ୍ରର କାମ ।

( " ଶ୍ରୀଶ୍ରୀଠାକୁରଙ୍କ କଥନ ଶୈଳୀ " = ଦେବୀପ୍ରସାଦ ମୁଖୋପାଧ୍ୟାୟ ।
ଆଲୋଚନା ପତ୍ରିକା , ଅଗଷ୍ଟ ୨୦୨୫ )
卐 ଜୟଗୁରୁ 卐

*ଯେତେ ବ୍ୟସ୍ତତା କିମ୍ୱା ସଂସାର ଜଞ୍ଜାଳରେ ରହିଲେ ମଧ୍ୟ ମଝିରେ ମଝିରେ ସମୟ ବାହାର କରି ଦେଓଘର ଆସିବା ଦରକାର  l ଏହାଦ୍ୱାରା ଅନେକ ଗ୍ରହ ଦୋଷ କ...
13/04/2026

*ଯେତେ ବ୍ୟସ୍ତତା କିମ୍ୱା ସଂସାର ଜଞ୍ଜାଳରେ ରହିଲେ ମଧ୍ୟ ମଝିରେ ମଝିରେ ସମୟ ବାହାର କରି ଦେଓଘର ଆସିବା ଦରକାର l ଏହାଦ୍ୱାରା ଅନେକ ଗ୍ରହ ଦୋଷ କଟିଯାଏ l ଠାକୁର ଉଦାହରଣ ଦେଇ କହୁଛନ୍ତି, ଯେପରି ଜଣେ ମଦୁଆକୁ ଯେତେ କାମ ଦିଅନା କାହିଁକି, ସେ ତାହା ଭିତରେ ସମୟ ବାହାର କରି, ଯେମିତିହେଲେ ମଦ ଦୋକାନରେ ପହଞ୍ଚିଯିବ l ସେପରି ଭକ୍ତ ହେଉଛି ମାତାଲ, ଠାକୁର ହେଉଛନ୍ତି ମଦ ଦୋକାନୀ, ଆଉ ଇଷ୍ଟଟାଣ ତଥା ଇଷ୍ଟସ୍ମରଣ ହେଉଛି ଭକ୍ତର ମଦ l*

*ତେବେ ଏହି ବ୍ୟସ୍ତତା ଭିତରେ କେମିତି ଆମେ ଦେଓଘର ଯାଇପାରିବା, ତାହା ମଧ୍ୟ ଠାକୁର କହିଦେଇଛନ୍ତି l*

*ଏହି ବ୍ୟସ୍ତ ବହୁଳ ଜୀବନ ଭିତରୁ ଧଡ଼ାକ୍ କରି (ହଠାତ୍) ଗୁରୁଗୃହକୁ ବାହାରି ପଡ଼ିବାକୁ ହୁଏ l କାରଣ, ଆମର ଏହି ବ୍ୟସ୍ତତାକୁ ଠିକ୍ ଭାବରେ ସଜାଡ଼ିବା ପାଇଁ, କାର୍ଯ୍ୟ ଗୁଡିକୁ ଠିକ୍ ଭାବରେ କରିବା ପାଇଁ ଯେଉଁ Energy (ଶକ୍ତି) ଆଉ Internal Adjustment (ଅଭ୍ୟନ୍ତରୀଣ ନିୟନ୍ତ୍ରଣ)ର ଆବଶ୍ୟକତା ରହିଛି, ତାହା ମିଳେ ଗୁରୁଙ୍କ ନିକଟରୁ (ଆଚାର୍ଯ୍ୟ ସଙ୍ଗରୁ); ଆଉ ଆଚାର୍ଯ୍ୟ ସଙ୍ଗ ମିଳେ ଗୁରୁ ଗୃହରୁ l ତା' ଲାଭ କରିବାପାଇଁ ଦେଓଘର ଆମକୁ ଯିବାକୁ ପଡିବ l*

*(ଆଲୋଚନା ପ୍ରସଙ୍ଗେ, ଷଷ୍ଠ ଖଣ୍ଡ )*

*ଜୀବନରେ ଯଦି କେହି ଗୁରୁ ନଥାନ୍ତି ତାହାଲେ ଜୀବନ ପଥରେ ଚାଲିବ କିଭଳି?**"ଭଗବାନ ରାମଚନ୍ଦ୍ରଙ୍କ ଗୁରୁଙ୍କ ନାମ କ'ଣ?**ଉପସ୍ଥିତ ଉତ୍ତର ଦେଲେ ଋଷ...
11/04/2026

*ଜୀବନରେ ଯଦି କେହି ଗୁରୁ ନଥାନ୍ତି ତାହାଲେ ଜୀବନ ପଥରେ ଚାଲିବ କିଭଳି?*

*"ଭଗବାନ ରାମଚନ୍ଦ୍ରଙ୍କ ଗୁରୁଙ୍କ ନାମ କ'ଣ?*
*ଉପସ୍ଥିତ ଉତ୍ତର ଦେଲେ ଋଷି ବଶିଷ୍ଟ୍ୟ।*
*ଶ୍ରୀକୃଷ୍ଣଙ୍କ ଗୁରୁଙ୍କ ନାମ କ'ଣ?*
*ଉତ୍ତର ଆସିଲା ସନ୍ଦୀପନୀ ମୁନି।*
*ଯୀଶୁଖ୍ରୀଷ୍ଟଙ୍କ ଗୁରୁଙ୍କ ନାମ କ'ଣ?*
*ସେ ନିଜେହିଁ ଉତ୍ତର ଦେଲେ John Baptist। ତାହାଲେ ଭଗବାନ କେହି ମଣିଷ ହୋଇ ଆସିଲେ ଗୁରୁ ଗ୍ରହଣ କରିବାକୁ ହୋଇଛି, ଆଉ ଆମେମାନେ ତ ସାଧାରଣ ମଣିଷ। ଆମମାନଙ୍କ ଜୀବନରେ ଯଦି କେହି ଗୁରୁ ନଥାନ୍ତି ତାହାଲେ, ଜୀବନ ପଥରେ ଚାଲିବୁ କିଭଳି "।*

*ପୂଜନୀୟ ଅବିନ୍ ଦାଦା*
*ସ୍ଥାନ-ସତସଙ୍ଗ ବିହାର ଚଣ୍ଡିଗଡ଼, ତା-୩/୦୪/୨୦୨୬*

Puj. Abin Dada at Satsang Thakurbadi, Delhousie, Chamba, Himachal Pradesh
04/04/2026

Puj. Abin Dada at Satsang Thakurbadi, Delhousie, Chamba, Himachal Pradesh

04/04/2026
04/04/2026

***** *" ନିନ୍ଦା ପାଇବା ସମୟରେ "* *****

*ଶ୍ରୀଶ୍ରୀ ଠାକୁର ଅପରାହ୍ନରେ ଭକ୍ତବୃନ୍ଦ ପରିବେଷ୍ଟିତ ହୋଇ ଉନ୍ମୁକ୍ତ ପ୍ରାଙ୍ଗଣରେ ବସିଛନ୍ତି--*
*ସୁରେନ ପାଲ ଭାଇ କହିଲେ == ଅନେକ ସମୟରେ ଦେଖିଛି, ଯେଉଁମାନଙ୍କ ପାଇଁ ମୁଁ କିଛି କରିଛି , ସେମାନେ ଅନେକେ ମୋର କ୍ଷତି କରିବାର ଚେଷ୍ଟା କରିଛନ୍ତି । ଏପରି କାହିଁକି କରନ୍ତି ବୁଝି ପାରେନା । ତେଣୁ ବେଳେ ବେଳେ ମନେ ହୁଏ କାହାର ଭଲ କରିବାର ଚେଷ୍ଟା ନ କରିବା ହିଁ ଭଲ ।*

*ଶ୍ରୀଶ୍ରୀ ଠାକୁର == ଏଇ ମନୋଭାବ ଭଲ ନୁହେଁ । ଉପକାରର ପରିବର୍ତ୍ତେ ମଣିଷ ଆପଣଙ୍କ ସହିତ ଯେ ଆଚରଣ କରୁ , ତାହା ଭୃକ୍ଷେପ ନ କରି , ନିଜର ଅସ୍ତିତ୍ବ ଅବ୍ୟାହତ ରଖି ସାଧ୍ୟାନୁଯାୟୀ ଅପରର ଭଲ କରିବାର ଚେଷ୍ଟା କରିବା ହିଁ ଭଲ -- କୌଣସି ପ୍ରତ୍ୟାଶା ନ ରଖି ଏବଂ ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାର ଲକ୍ଷ ରଖି । ଏହା ଦ୍ବାରା ଅକୃତଜ୍ଞତା ବଶତଃ କିଛି କିଛି ଲୋକ ଆପଣଙ୍କ ଦ୍ଵାରା ଉପକୃତ ହୋଇ ଆପଣଙ୍କର ଅପକାର କଲେ ମଧ୍ୟ on the whole (ମୋଟ ଉପରେ ) ଆପଣଙ୍କର ଭଲ ହିଁ ହେବ ।* *ବିଧାତାଙ୍କ ରାଜ୍ୟରେ Divine economy ( ଭାଗବତ ଅର୍ଥନୀତି ) ବୋଲି ଗୋଟିଏ କଥା ଅଛି । ଯାହା ଫଳରେ ବୃହତ୍ତର ପରିବେଶରେ ଅନେକେ ହିଁ ଅନାହୂତ ଭାବେ, ଆପଣଙ୍କର ଅନୁକୂଳ ହେବେ ।* *ଆପଣ ଯେଉଁମାନଙ୍କ ପାଇଁ କିଛି ବି କରି ନାହାନ୍ତି , ସେପରି କେତେ ଲୋକ ଆଗେଇ ଆସି ଆପଣଙ୍କର ଭଲ କରିବେ । ତେବେ ଆପଣ ଏ ପ୍ରକାର ପ୍ରତ୍ୟାଶା ମନରେ ପୋଷଣ କରିବେ ନାହିଁ । ପ୍ରତ୍ୟାଶା ପୀଡିତ ହୋଇ ରହିଲେ , ନିଜର କର୍ତ୍ତବ୍ୟ ଠିକ୍ ରୂପେ କରି ପାରିବେ ନାହିଁ । ପୁଣି ପ୍ରତ୍ୟାଶା ବ୍ୟାହତ ହେଲେ ମନରେ କଷ୍ଟ ପାଇବେ । ପ୍ରତ୍ୟାଶା କିନ୍ତୁ ପ୍ରାପ୍ତି ଆଣେନା, ପ୍ରାପ୍ତି ଆଣେ ବିହିତ ଭାବେ କରିବା । ତେଣୁ ପରମପିତାଙ୍କ ପ୍ରତି ମନଦେଇ , ତାଙ୍କରି ପ୍ରୀତି ପାଇଁ ଯାହା କରିବାର ତାହା କରିଯିବାକୁ ହେବ । ଏହାକୁ ହିଁ କୁହନ୍ତି ନିଷ୍କାମ କର୍ମ ।* *ଗୀତାରେ ଅଛି--*
*" ନ ହିଁ କଲ୍ୟାଣ କୃତ୍ କଶ୍ଚିତ ଦୁର୍ଗତିଂ ତାତ ଗଚ୍ଛିତି।"( କଲ୍ୟାଣକାରୀର କଦାପି ଦୁର୍ଗତି ହୁଏନା ) ଇଷ୍ଟାର୍ଥେ କର୍ମ ହିଁ ସତ୍ କର୍ମ, ନିଷ୍କାମ କର୍ମ ଓ କଲ୍ୟାଣ କର୍ମ ।*
*( ଆଲୋଚନା-ପ୍ରସଙ୍ଗେ = ୧୨ଶ ଖଣ୍ଡ )*

Address

Brahmagiri
Puri
752011

Website

Alerts

Be the first to know and let us send you an email when Satsang Brahmagiri posts news and promotions. Your email address will not be used for any other purpose, and you can unsubscribe at any time.

Share